ସନ୍ନିବେଶିତ ଦିବସ (#15617)

*(ଅଧିଦିବସାବଳୀ)

ସନ୍ନିବେଶିତ ଦିବସ ବର୍ଷକୁ ଚାରିଦିନ ଥାଏ (ଅଧିବର୍ଷରେ ପାଦିନ ହୋଇଥାଏ) । ଏହା ବାହଈ ବର୍ଷର ଶେଷ ମାସ ଆଲ୍ଲଃ (ମହାନତା) ଅର୍ଥାତ୍ ଉପବାସ ମାସର ପୂର୍ବରୁ ପଡ଼ିଥାଏ । ଯାହାକି ଫେବୃୟାରୀ ୨୬ ତାରିଖରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଚାଲୁ ରହିଥାଏ । ପରମ ପବିତ୍ର ଗ୍ରନ୍ଥ କିତାବ୍-ଏ-ଆକ୍ଦାସ୍ରେ ବାହଓଲ୍ଲହ୍ ଏହି ସନ୍ନିବେଶିତ ଦିବସଗୁଡ଼ିକୁ ଆୟମ୍-ଈ-ହା ନାମରେ ନାମିତ କରିଛନ୍ତି । ଅତିଥିସକ୍ରାର, ଭୋଜି, ଦାନ, ଉପାହାର ପ୍ରଦାନ କରିବାରେ ଏବଂ ଉପବାସ ପାଇଁ ଆଧ୍ୟାତ୍ମିକ ପ୍ରସ୍ତୁତିକରଣ ନିମି ଏହି ଦିବସଗୁଡ଼ିକରେ ମନୋନିବେଶ କରାଯାଇଥାଏ । 

ହେ ମୋର ଈଶ୍ୱର, ମୋର ଦିବ୍ୟ ଅଗ୍ନି ଏବଂ ମୋର ମହାଜ୍ୟୋତିଃ ! ତୁମ ପବିତ୍ର ଗ୍ରନ୍ଥରେ ତୁମେ ନାମିତ କରିଥିବା ଆୟମ୍-ଈ-ହା (ହାଦିବସାବଳୀ ବା ଅଧି ଦିବସାବଳୀ) ଆରମ୍ଭ ହୋଇସାରିଛି । ହେ ସ୍ୱୟଂ ତୁମେ, ଯିଏ କି ନାମଗୁଡ଼ିକର ଅଧିପତି ! ସେହି ଉପବାସ ନିକଟତର ହେଉଛି, ଯାହାକୁ ପାଳନ କରିବାର ଆଦେଶ ତୁମ୍ଭ ସର୍ବ ସ୧ୁନ୍ନତ ଦିବ୍ୟ ଲେଖନୀ, ସେହିମାନଙ୍କ ପାଇଁ     ଦିବ୍ୟ ଗ୍ରନ୍ଥରେ ନ୍ୟସ୍ତ କରିଅଛି, ଯେଉଁମାନେ କି ତୁମ୍ଭ ସୃଷ୍ଟିର ସାମ୍ରାଜ୍ୟରେ ବାସ କରୁଛନ୍ତି । ମୁଁ ତମକୁ ବିନୀତ ପ୍ରାର୍ଥନା କରୁଛି, ହେ ମୋର ପ୍ରଭୁ ! ଏହି ଦିବସଗୁଡ଼ିକ ମାଧ୍ୟମରେ ତଥା ସେହି ସମସ୍ତ ମାଧ୍ୟମରେ ଯାହାକି ସେହି ସମୟ ମଧ୍ୟରେ ତୁମ୍ଭ ଆଦେଶର ରଜ୍ଜୁକୁ ଦୃଢ଼ତାର ସହ ଧାରଣ କରିଛି ଏବଂ ତୁମ ଶିକ୍ଷାବଳୀରେ ଅଭିଭୂତ ହୋଇଛି, ଯାହାକି ପ୍ରତ୍ୟେକ ଆମ ôା ନିମି ତୁମ୍ଭ ଦିବ୍ୟ ଦରବାରର ପରିସର ମଧ୍ୟରେ ଏକ ସ୍ଥାନ ନିର୍ଦ୍ଧାରିତ କରାଯାଉ ଏବଂ ତୁମ୍ଭ ମୁଖାରବିନ୍ଦ ଜ୍ୟୋତିର ଭବ୍ୟତାର ସହ ପ୍ରକଟୀକରଣରେ ଏକ ଆସନ ମିଳୁ । 

ହେ ମୋର ପ୍ରଭୁ, ଏହିମାନେ ହେଉଛନ୍ତି ତୁମ୍ଭର ସେବକଗଣ, ଯେଉଁମାନଙ୍କୁ କି ତୁମ୍ଭ ପରମପାବନ ପୁସ୍ତକରେ ଯାହାକିଛି ବିହିତ କରାଯାଇଅଛି ସେଥିରୁ କୌଣସି ଭ୍ରଷ୍ଟ ପ୍ରବୃି ବିମୁଖ କରିପାରିବ ନାହିଁ । ସେମାନେ ତୁମ୍ଭ ଧର୍ମ ସ୧ୁଖରେ ନତମସ୍ତକ ହୋଇଛନ୍ତି ଏବଂ ତୁମ୍ଭର ଗ୍ରନ୍ଥକୁ ଏପରି ଦୃଢ଼ ସଂକଳ୍ପର ସହ ଗ୍ରହଣ କରିଛନ୍ତି ଯେପରି ସ୍ୱୟଂ ତୁମ୍ଭଠାରୁ ହିଁ ସେହି ସଂକଳ୍ପ ଜନ୍ମ ନେଇଥାଏ ଏବଂ ତୁମ୍ଭେ ସେମାନଙ୍କ ନିମି ଯାହାକିଛି ଆଦେଶ ଦେଇଅଛ, ତାହାକୁ ସେମାନେ ପାଳନ କରିଛନ୍ତି ଏବଂ ତୁମ୍ଭଦ୍ୱାରା ଯାହା ପ୍ରେରଣ କରାଯାଇଛି ତାହାକୁ ଅନୁସରଣ କରିବା ନିମି ମନୋନୀତ କରିଛନ୍ତି । 

ହେ ମୋର ପ୍ରଭୁ ! ତୁମ୍ଭେ ଦେଖୁଅଛ ଯେ, ତୁମ୍ଭ ଗ୍ରନ୍ଥରେ ତୁମ୍ଭେ ଯାହା କିଛି ପ୍ରକାଶିତ କରିଅଛ ତାହାକୁ କିପରି ସେମାନେ ଚିହ୍ନି ପାରିଛନ୍ତି ଏବଂ ସ୍ୱୀକାର କରିଛନ୍ତି । ହେ ମୋର ପରମାତ୍ମା, ତୁମ୍ଭ ଦୟାର ହସ୍ତରୁ ତୁମ୍ଭ ଚିରନ୍ତନତାର ବାରିଧାରାକୁ ସେମାନଙ୍କୁ ପାନ କରିବାକୁ ଦିଅ । ତତ୍ପରେ ସେମାନଙ୍କ ନିମି ସେହି ପୁରସ୍କାର ଲେଖିଦିଅ, ଯାହାକି ତୁମ୍ଭ ସାନ୍ନିଧ୍ୟର ମହାସିନ୍ଧୁରେ ନିମଗ୍ନ ହୋଇଥିବା ତଥା ତୁମ୍ଭ ସହ ମିଳନର ଶ୍ରେଷ୍ଠ ସୁରାକୁ ପ୍ରାପ୍ତ ହୋଇଥିବା ସେହିମାନଙ୍କ ନିମି ନିର୍ଦ୍ଧାରଣ କରିଅଛି । 

ହେ ତୁମ୍ଭେ ରାଜାଧିରାଜ ଏବଂ ଦଳିତ ଲାôତମାନଙ୍କର ଦିବ୍ୟ ଅନୁକମ୍ପା ! ମୁଁ ତୁମ୍ଭଙ୍କୁ ପ୍ରାର୍ଥନା କରୁଅଛି ଯେ, ସେହିମାନଙ୍କ ନିମି ଏହି ଜଗତ ଏବଂ ଆଗାମୀ ଜଗତର ମଙ୍ଗଳ ବିଧାନ କର । ସେମାନଙ୍କ ନିମି ତାହା ଅଙ୍କିତ କରିଦିଅ, ଯାହାକୁ କି ତୁମ୍ଭର କୌଣସି ପ୍ରାଣୀ ଆବିଷ୍କାର କରିପାରି ନାହାନ୍ତି ଏବଂ ସେମାନଙ୍କର ଗଣନା ସେହିମାନଙ୍କ ସାଥିରେ କର ଯେଉଁମାନେ କି ତୁମ୍ଭ ଚତୁଃପାଶ୍ୱର୍ରେ ପରିକ୍ରମଣ କରିଥାନ୍ତି ଏବଂ ଯେଉଁମାନେ କି ତୁମ୍ଭ ସକଳ ଜଗତର ପ୍ରତ୍ୟେକ ଜଗତରେ ତୁମ୍ଭ ସିଂହାସନର ଚତୁଃପାଶ୍ୱର୍ରେ ପ୍ରଦକ୍ଷିଣ କରିଥାନ୍ତି । 

ସତ୍ୟତଃ, ତୁମ୍ଭେ ହିଁ ସର୍ବଶକ୍ତିଶାଳୀ, ସର୍ବଜ୍ଞାତା, ସର୍ବ-ବିଦିତ ।

-Bahá'u'lláh
-----------------------

